#odiaquets
Explore tagged Tumblr posts
ashiqabani1-blog · 1 year ago
Text
ମୋ ଯୌବନ ମଲାଟ ରେ ପ୍ରେମ ର ତୂଳୀ ଆଉ  ବିଶ୍ୱାସ ର ରଙ୍ଗ ନେଇ ଧର୍ଯ୍ୟ ଧରି ଏକ ସୁନ୍ଦରୀ ର ଛବି ଆଙ୍କୁଥିଲି,  ଶୀତ ସକାଳର କାକର ଛିଟା  ମୋତି ପରି  ଆଙ୍କିଥିଲି ତା ଆଖି , ଛାଡ଼ିଯାଇଥିବା ବର୍ଷା ପରେ ସଜ ଗୋଲାପର ପାଖୁଡ଼ା ପରି ତା ଉଠ ଆଁକିଥିଲି ଆଉ ନୀରବରେ ବହିଯାଉଥିବା ସନ୍ଧ୍ୟା ଆକାଶର କଳାମେଘ ପରି ତା କେଶ ଆଙ୍କିବା ପରେ ସକାଳର କଅଁଳ ଖରାର ଉସ୍ମତା ପରି ତାର ସେ ସୁନ୍ଦର ଚେହେରା ଆଙ୍କିଥିଲୀ,
.....
ହେଲେ ମୁଁ ଭାବିନଥିଲି ସେ ଚେହେରା  ମୋ ଭାବନା ଭିତରୁ ବାହାରି ଆସି ଆଖି ଆଗରେ ଛିଡା ହେବ .!
ପୁଣି କିଛି ସମୟର ମିଳନ ପରେ ସିଏ ଆଙ୍କେ ଏକ ଅଦେଖା ଛବି ଯେଉଁଠି ତୂଳୀ ହୁଏ ତା ଇଶାରା ଆଉ ରଙ୍ଗ ମୋ ଛାତିର ରକ୍ତ ଆଉ ସେ ପ୍ରେମର ସମୟସୂଅ ରେ ଆଙ୍କିଚାଲେ ସେ ଛବି ଆଉ ମୁଁ ହଜିଯାଏ ସବୁଦିନ ପାଇଁ....!
କିଏ ଯଦି ସେ ଛବି ଦେଖିବାକୁ ଚାହୁଁଛ ଥରେ ଆସି ମୋ ସହ ସାକ୍ଷାତ କର..!
କାରଣ ସେ ଆଙ୍କିଥିବା ଛବି ହେଉଛି ମୁଁ
4 notes · View notes