Tumgik
#naveenodisha
newso-in · 6 months
Link
ଭୁବନେଶ୍ବର: ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଟୁଇଟ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ ନାହିଁ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ବି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରିନାହାନ୍ତି । ଦ୍ବିତୀୟରେ ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି । ତୃତୀୟରେ NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି । ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ କହି କଟାକ୍ଷ କରିଛନ୍ତି ପ୍ରଣବ । କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀଯୁକ୍ତ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ । ଯଦି ପ୍ରଶ୍ନ ସବୁ ଶୁଣି ରାଗ ଓ ରକ୍ତଚାପ ବଢ଼ିଯାଉଛି, ତେବେ ନିୟମିତ ଭାବେ ଯୋଗ କରିବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ । କିଛି ଦିନ ତଳେ ଜିଲ୍ଲା ଗସ୍ତ ସମୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ସବୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଆଜି ଯାଏଁ ଦେଇପାରିନାହାନ୍ତି ଧର୍ମେନ୍ଦ୍ର।
0 notes
thequivernews · 1 year
Video
youtube
ନବୀନ ଗଲେନି, ଧର୍ମେନ୍ଦ୍ର ଦେଖାଇଦେଲେ | THE Quiver
0 notes
peoplesmint · 8 months
Text
Tumblr media
🇮🇳🚍🛕Hon'ble Chief Minister of Odisha Shri Naveen Patnaik will launch the Laxmi Bus Scheme in Kalahandi district today.
Join Telegram for More News👇
http://t.me/peoplesmint
http://t.me/PeoplesMintIndia
http://t.me/PeoplesMintOdisha
http://t.me/PeoplesMintLife
#LaxmiBus #LAccMI #NaveenOdisha #Odisha
0 notes
dibakarputel-blog · 7 years
Quote
nidhi_budha naveen_odisha what we saw naveen sir tweet post as odia hahaha sir plz keep it up — office of DP (@OfficeDp) February 24, 2017 from Twitter https://twitter.com/OfficeDp
http://dibakarpatel.blogspot.com/2017/02/nidhibudha-naveenodisha-what-we-saw_24.html
0 notes
newso-in · 6 months
Link
ରମ୍ଭା ତା 14/01/2024 ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବରିଷ୍ଠ ନାଗରୀକ ମଞ୍ଚ ଡ଼. ଏ. ପି. ଜେ. ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବଲ ଟ୍ରଷ୍ଟ ଖଲ୍ଲିକୋଟ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମର ଝୋଳଙ୍କ ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରୀକ ମଞ୍ଚ ସଭା ଗୃହରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଂଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ଶତପଥୀ ତତ୍ୱାବଧାନରେ ଉଦଘାଟନ ହୋଇଥିଲା ଏବଂ ସମ୍ପାଦକ ଦିଲୀପ କୁମାର ପଟ୍ଟନାୟକ,ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼. ହର ପ୍ରସାଦ ମହାପାତ୍ର, ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ, ଡ଼. ଏ. ପିଇ. ଜେ. ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବେହେରା, ଡ଼. ଦ୍ୱାରିକା ନାଥ ମହାରଣା, ଲକ୍ଷ୍ମୀ ଦାସ, ଦେବୀକୃପା ସଫ୍ଟ ଡ୍ରିଙ୍କ ପ୍ରପାଇଟର ଗୌରୀ ଶଙ୍କର ପାତ୍ର, ପ୍ରମୋଦ ସିଂ, କ୍ଷିତୀଶ ଚନ୍ଦ୍ର ରଥ, କୋଷାଧକ୍ଷ ହରପ୍ରସାଦ ସାମନ୍ତ,ବିପିନ ବିହାରୀ ସାମନ୍ତ, ପ୍ରଶାନ୍ତ କୁମାର ପଟ୍ଟନାୟକ, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l ତତ ସଙ୍ଗେ ସଙ୍ଗେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କର୍ମଚାରୀ ଦାମିନୀ ସ୍ୱାଇଁ, ଶୁଭଶ୍ରୀ ମିଶ୍ର, ସୋନାକ୍ଷୀ ସ୍ୱାଇଁ, ସୂଚନା ଖଟେଇ, ଇ. ସାକିଲି ପ୍ରମୁଖ ସହଯୋଗ କରିଥିଲେ l ଏଥିରେ 50 ଜଣ ବୃଦ୍ଧ ବୃଦ୍ଧା ଙ୍କୁ ପରଳ ଚିକିତ୍ସା ପାଇଁ 10 ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ସମରଝୋଳ ପଠାଯାଇଥିଲା l ଆଗାମୀ ଦିନରେ କ୍ୟାନ୍ସର ପାଇଁ କୌଣସି ଗରିବ ଗୁରୁବାଙ୍କ ପାଇଁ ସହଯୋଗ ର ହାତ ବଢାଇବା କୁ କଲାମ ଟ୍ରଷ୍ଟ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରକାଶ କରିଥିଲେ l ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ…
0 notes
newso-in · 6 months
Link
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ଜନତା ମଇଦାନରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁତ ଖୁସିର କଥା ଯେ ଏ ବର୍ଷର ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମା’ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏହା ଏ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି କୃଷି କ୍ଷେତ୍ରରେ ମଧ୍ୟ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି। ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି। ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
0 notes
newso-in · 6 months
Link
Nischantkoili Bus Accident: ଭୁବନେଶ୍ୱର: କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ନିକଟରେ ଆଜି ଭୋର ସମୟରେ ଘରୋଇ ବସ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏଠାରେ କହି ରଖୁକି ଘନ କୁହୁଡ଼ି ଯୋଗୁଁ ଆଜି ନିଶ୍ଚନ୍ତକୋଇଲି ନିକଟବର୍ତ୍ତି କଟରପଡ଼ାରେ ଏକ ଘରୋଇ ବସ ଓ ଟ୍ରକ ମୁହାଁମୁହିଁ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଏହି ଘଟଣାରେ ୪୦ ଅଧିକ ଆହତ ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ନିକଟସ୍ଥ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ।   ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ପଟୁ ଆସୁଥିବା ଘରୋଇ ବସ ମନୋରମା ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ଘନ କୁହୁଡ଼ି କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ବସ ଓ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ତେବେ ଗ୍ୟାସ କଟର ସହାୟତାରେ ବସର ଯନ୍ତ୍ରାଂଶ କାଟି ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ଆହତ ବ୍ୟକ୍ତିଙ୍କୁ କଟକ SCB ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ, ପୋଲିସ ବାହିନୀ, ପ୍ରଶାସନ ସହ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତର ପଠାଯାଇଛି। ନିଶ୍ଚିନ୍ତକୋଇଲି ମେଡିକାଲ ରେ ଆହତମାନଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା।
0 notes
newso-in · 6 months
Link
ଭୁବନେଶ୍ୱର : ନବବର୍ଷ ସୋମବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ବାରଙ୍ଗ ରତାଗଡଠାରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରରୁ ତ୍ରିଶୁଳିଆ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ କରିଛନ୍ତି। ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦ୍‌‌ବୋଧନ ଦେଇଛନ୍ତି। ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇ କହିଛନ୍ତ��, ମେଟ୍ରୋ ହେଉଛି, ଆପଣମାନେ ଖୁସି ତ? ଜାତି ଇତିହାସରେ ଆଜିର ଦିନଟି ସ୍ମରଣୀୟ ହୋଇ ରହିବ। ଯୋଗାଯୋଗ କ୍ଷେତ୍ରରେ ବଡ ରୂପାନ୍ତର ଆସିବ। ମେଟ୍ରୋର ଏହି ରୂପାନ୍ତର ଆହୁରି ଆଗକୁ ନେବ। କଟକ-ଭୁବନେଶ୍ୱର ମଧ୍ୟରେ ସମ୍ପର୍କକୁ ମଜଭୂତ କରିବ। ପୁରୁଣା ଓ ନୂଆ ରାଜଧାନୀ ସମ୍ପର୍କକୁ ମଜଭୂତ କରିବ। ୪ ବର୍ଷରେ ପ୍ରକଳ୍ପ କାମ ସାରିବା ଲକ୍ଷ୍ୟ।ଲୋକଙ୍କ ଆନନ୍ଦ ବହୁତ ଖୁସି ଦେଇଛି। ନୂଆବର୍ଷରେ ଏହି ଖୁସି ଓ ଆନନ୍ଦ ସବୁ ଦିନ ରହୁ। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିା ମେଟ୍ରୋ ରେଳ ପାଇଁ ପ୍ରତିଶ୍ରୁତି ଦେଇଥିଲି,ପୂରଣ କରୁଛି। ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିକାଶର ପର୍ବ ଆପଣଙ୍କ ସହଯୋଗରେ ଆହୁରି ଆଗକୁ ବଢୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।
0 notes
newso-in · 6 months
Link
ଭୁବନେଶ୍ୱର : କାଳିଆ ଛାତ୍ରବୃତ୍ତିକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଛି। ସଂଶୋଧିତ ମାର୍ଗଦର୍ଶିକା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି। କାଳିଆ ଯୋଜନା ହିତାଧିକାରୀମାନଙ୍କ ପିଲାଙ୍କୁ ଛାତ୍ରବୃତ୍ତି ମିଳିବ। ପିଜି ପାଇଁ ସର୍ବାଧିକ ୨ ବର୍ଷ ଓ ପିଏଚ୍‌‌ଡି ପାଇଁ ସର୍ବାଧିକ ୪ ବର୍ଷ ବୃତ୍ତି ପ୍ରଦାନ କରାଯିବ। ଆଇଟିଆଇ ଟ୍ରେଡର ଛାତ୍ରଛାତ୍ରୀ ମଧ୍ୟ ବୃତ୍ତି ପାଇବେ। ପିଜି,ୟୁଜି ଓ ପିଏଚ୍‌‌ଡି ଶିକ୍ଷାନୁଷ୍ଠାନରେ ମାସିକ ହଷ୍ଟେଲ ଖର୍ଚ୍ଚ ୧୨୦୦ ଟଙ୍କା ଏହାସହ ଡିପ୍ଲୋମା, ପଲିଟେ��ନିକ ଓ ଆଇଟିଆଇ ପିଲାଙ୍କ ମାସିକ ହଷ୍ଟେଲ ଖର୍ଚ୍ଚ ପ୍ରାୟ ୧ ହଜାର ପ୍ରଦାନ କରାଯିବ।
0 notes
newso-in · 6 months
Link
ନୂଆଦିଲ୍ଲୀ: ସୀମା ସୁରକ୍ଷା ବାହିନୀ (ବିଏସଏଫ) ମଙ୍ଗଳବାର ସୂଚନା ଦେଇଛି ଯେ, ଏହାର ଯବାନମାନେ ଆଜି ପର୍ଯ୍ୟନ୍ତ ୧୦୦ଟି ପାକିସ୍ତାନୀ ଡ୍ରୋନକୁ ସଫଳତାର ସହ ଖସାଇ ଦେଇଛନ୍ତି କିମ୍ବା ଉଦ୍ଧାର କରିଛନ୍ତି। ଯାହା ମାଧ୍ୟମରେ ଭାରତୀୟ ଅଞ୍ଚଳକୁ ନିଶା ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲା ପଡ଼ୋଶୀ ପାକିସ୍ତାନ। ବିଏସଏଫ କହିଛି ଯେ ଭାରତୀୟ ଅଞ୍ଚଳକୁ ଡ୍ରଗ୍‌ସ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟର ପରିବହନକୁ ରୋକିବା ପାଇଁ ଏକ ତ୍ରିମୁଖୀ ରଣନୀତି ପ୍ରସ୍ତୁତ କରାଯାଇଛି। ଡ୍ରୋନ୍‌ ଜରିଆରେ ନିଶା ଦ୍ରବ୍ୟ ଚୋରା ଚାଲାଣରେ ସହଯୋଗ କରୁଥିବା ଚୋରା ଚାଲାଣକାରୀଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଥିବା ସେନା କହିଛି। ବିଏସ୍‌ଏଫ୍‌ର ପଞ୍ଜାବ ଫ୍ରଣ୍ଟିୟର ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ୨୦୨୩ରେ ବିଏସଏଫ ପଞ୍ଜାବ ଭାରତୀୟ ଅଞ୍ଚଳକୁ ନିଶା ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଚୋରା ଚାଲାଣ ପାଇଁ ଦେଶ ବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ୧୦୦ଟି ପାକିସ୍ତାନୀ ଡ୍ରୋନକୁ ସଫଳତାର ସହ ସେନା ନିପାତ କିମ୍ବା ଜବତ କରିଛି। ଡ୍ରୋନ୍‌, ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଡ୍ରୋନ୍‌ ଜରିଆରେ ଚୋରା ଚାଲାଣ କରୁଥିବା ଚୋରା ଚାଲାଣକାରୀଙ୍କୁ ବିଏସ୍‌ଏଫ୍‌ ସଫଳତାର ସହ ଗିରଫ କରିଛି ବୋଲି ବିଏସ୍‌ ଏଫ୍‌ କହିଛି।
0 notes
newso-in · 6 months
Link
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ ଗାଜା ଓ ପାଲେଷ୍ଟାଇନ ଭଳି ହେବ । ବର୍ଷ ବର୍ଷ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ପାକିସ୍ତାନ ସହ କଥା ବାର୍ତ୍ତା କରୁନଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରି ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଆଲୋଚନା ଆରମ୍ଭ ନହେଲେ ଆମେ ଗାଜା ଭଳି ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇପାରିବା।  କିନ୍ତୁ ତୁମପଡ଼ୋଶୀ ନୁହଁ। ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଆଉ ବିକଳ୍ପ ନୁହେଁ ଏବଂ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ହେବା ଉଚିତ। କଥାବାର୍ତ୍ତା କେଉଁଠି…? ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ସେ କହୁଛନ୍ତି ଯେ ଆମେ (ଭାରତ ସହ) ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ଆମେ କଥା ବାର୍ତ୍ତା କରିବାକୁ ପ୍ରସ୍ତୁତ ନ ହେବାର କାରଣ କ’ଣ? ସୂଚନାଯୋଗ୍ୟ ଯେ, ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଲଢ଼େଇ ଜାରି ରଖିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଅକ୍ଟୋବର ୭ରୁ ଏହି ଲଢେଇ ଆରମ୍ଭ ହୋଇଥିଲା ।
0 notes
peoplesmint · 8 months
Text
Tumblr media
🇮🇳🚍🛕Hon'ble Chief Minister of Odisha Shri Naveen Patnaik will launch the Laxmi Bus Scheme in Kalahandi district today.
Join Telegram for More News👇
http://t.me/peoplesmint
http://t.me/PeoplesMintIndia
http://t.me/PeoplesMintOdisha
http://t.me/PeoplesMintLife
#LaxmiBus #LAccMI #NaveenOdisha #Odisha
0 notes
dibakarputel-blog · 7 years
Quote
nidhi_budha naveen_odisha what we saw naveen sir tweet post as odia hahaha sir plz keep it up — office of DP (@OfficeDp) February 24, 2017 from Twitter https://twitter.com/OfficeDp
http://dibakarpatel.blogspot.com/2017/02/nidhibudha-naveenodisha-what-we-saw.html
0 notes