Tumgik
#ଆମଓଡ଼ିଶା
odishareader-blog · 6 years
Photo
Tumblr media
ନିଜ ରାଜନୈତିକ ଭବିଷ୍ୟତକୁ ନେଇ ନିଜକୁ ବୁଝେଇ ପ।ରୁନଥିଲେ ସୌମ୍ୟରଂଜନ । ଭୁବନେଶ୍ୱର : ଗତକ।ଲି ବିଜେଡିରେ ଯୋଗ ଦେଇଥିବ। ସୌମ୍ୟରଂଜନଙ୍କ ବିଜେପି ସହିତ କିଭଳି ଏକ ଆତ୍ମ। ବେନିକ।ୟ। ସମ୍ପର୍କ ରହିଥିଲା ତାହା ରାଜନୀତିକୁ ଅମଳ କରୁଥିବ। ଚ।ଷୀ ଜ।ଣି ପ।ରୁଥିବ । ଖାଲି ଅତୀତ ଦିନ ଗୁଡିକରେ ନୁହେଁ, ଏବେ ବିଜେଡିରେ ମିଶିବ। ପୁର୍ବରୁ ମଧ୍ୟ ସୌମ୍ୟ ପଦ୍ମଫୁଲ ଧରିବ।କୁ ମନରେ ଗୁଡ।ଏ ଆଶ। ଅସୁମ।ରୀ ଥିଲ।   । କିନ୍ତୁ ପରିସ୍ଥିତି ଏପରି ହେଲ।ଯେ ସୌମ୍ୟରଂଜନ ଶଙ୍ଖ ଫୁଙ୍କିବାକୁ ବାଧ୍ୟ ହେଲେ । ବିଜେପିର କେତେକ ନେତାଙ୍କ ଅନାଗ୍ରହ ଯୋଗୁଁ ସେ ଫୁଲ ବଦଳରେ ଶଙ୍ଖ ଦଳକୁ ଯିବାକୁ ବାଧ୍ୟ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି । ଗତ ୨୦୧୪ ସ।ଧ।ରଣ ନିର୍ବ।ଚନରେ ସୌମ୍ୟରଂଜନ ଖଣ୍ଡପଡ଼ାରେ ଖୁବ୍ କମ ଭୋଟରେ ହାରିବା ପରଠାରୁ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ନିଜକୁ ବୁଝେଇ ପ।ରୁନଥିଲେ । ପିସିସି ସଭାପତି ଭାବେ ପୁଣି ନିରଂଜନ ଫେରୁଥିବାବେଳେ ଯଦି ରାହୁଲ ଗାନ୍ଧୀ ନିଜ ଆଡୁ ଡାକନ୍ତି ତେବେ ସେ କଂଗ୍ରେସକୁ ଫେରିବାର କିଂଚିତ ଚାନ୍ସ ଥିଲା  । ଯଦିଓ ସୌମ୍ୟରଂଜନଙ୍କର କଂଗ୍ରେସକୁ ଫେରିବାର ଆଉ କୌଣସି ଆଗ୍ରହ ହିଁ ନଥିଲା  । ଏହି ପରିପ୍ରେକ୍ଷୀରେ ସୌମ୍ୟରଂଜନ ନିଜ ପୁରୁଣା ଦଳ ବିଜେପିକୁ ଫେରିବା ପାଇଁ ଯୋଜନା କରିଥିଲେ  । ୨୦୧୪ରେ ବିଜେପି ସହ ଆମଓଡ଼ିଶା ଓ ଉକôଳ ଭାରତର ମେଂଟ ପ୍ରୟାସ ବିଫଳ ହୋଇଥିଲା  । ତେବେ ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ରଙ୍କର ନିକଟତର ହୋଇଥିଲେ ସୌମ୍ୟରଂଜନ  । ବିଜେପିରେ ଯୋଗଦେବା ନେଇ ଉଭୟଙ୍କ ମଧ୍ୟରେ କେତେ ଦଫା ଆଲୋଚନା ବି ହୋଇଥିଲା  । କିନ୍ତୁ ସବୁ ବିଗାଡ଼ି ଦେଇଥିଲା ଅମିତ ଶାହାଙ୍କ ଏଡ଼ିଟରସ ମିଟ୍  । ଭୁବନେଶ୍ୱର ଆସିବା ବେଳେ ଅମିତ ଶାହା ଗଣମାଧ୍ୟମର ସମ୍ପାଦକମାନଙ୍କୁ ଭେଟିଥିଲେ  । ଏହି ଅବସରରେ ଅମିତଙ୍କ ସହ ଆଲୋଚନା ବେଳେ କେତେକ ପ୍ରଶ୍ନ ପଚାରିଥିଲେ ସୌମ୍ୟରଂଜନ  । ତେବେ ଅମିତ ଶାହା ସନ୍ତୋଷଜନକ ଉତ୍ତର ଦେବା ବଦଳରେ ଯେଉଁଭଳି ବ୍ୟବହାର କରିଥିଲେ ସେଥିରେ ସୌମ୍ୟରଂଜନ ଅପମାନିତ ହୋଇଥିଲେ  । ଏପରିକି ପରବର୍ତ୍ତୀ ସମୟରେ ନିଜ କୋଟରୀରେ ଆଲୋଚନା ବେଳେ ବିଜେପିର କେତେକ ନେତାଙ୍କୁ ସେ କ୍ରିମିନାଲ ବୋଲି ଆଖ୍ୟାୟିତ କରିଥିଲେ  । ବିଜେପିରେ ସେ ଯୋଗ ଦିଅନ୍ତୁ ବୋଲି କେତେକ ନେତା ଚାହିଁନଥିଲେ  । ସୌମ୍ୟଙ୍କର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଅର୍ଥ ବଳ ଓ ଗଣମାଧ୍ୟମ ବଳ ବି ରହିଛି  । ତେଣୁ ଧର୍ମେନ୍ଦ୍ରଙ୍କ କୋଟରୀର ନେତାମାନେ ତାଙ୍କୁ ଦଳକୁ ଆଣି ଭବିଷ୍ୟତରେ ନିଜ ପାଇଁ କଂଟା ରଖିବାକୁ ଆଗ୍ରହ ପ୍ରକାଶ କରିନଥିଲେ  । ଯାହା ଏବେ ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ବି ଘଟୁଛି  । ଏହାଛଡ଼ା ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଅବସ୍ଥା ଦେଖି ସୌମ୍ୟରଂଜନ ବି ବିଜେପିରେ ନିଜକୁ ସୁରକ୍ଷିତ ମଣିନଥିଲେ  । ବାରବାର ନିର୍ବାଚନରେ ପରାସ୍ତ ହୋଇଥିବାରୁ ସେ ସୁରକ୍ଷିତ ଭବିଷ୍ୟତ ପାଇଁ ଅଙ୍କ କଷିଥିଲେ  । ପରବର୍ତ୍ତୀ ସମୟରେ ସେ ବିଜେଡ଼ିକୁ ଆଖେଇ ଥିଲେ  । ବିଭିନ୍ନ ସ୍ତରରେ ସେ ନବୀନଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ  । ତେବେ ବାର୍ଗେନିଂ କାରଣରୁ ଏନେଇ ଚୂଡ଼ାନ୍ତ ନିଷ୍ପତି ନିଆଯାଇପାରିନଥିଲା । ରାଜ୍ୟସଭା ସହ କେତେକ ବିଧାନସଭା ଆସନ ବି ମାଗିଥିଲେ ସୌମ୍ୟରଂଜନ  । କିନ୍ତୁ ନବୀନ ସବୁଜ ସଂକେତ ଦେଇନଥିଲେ  । ବାର୍ଗେନିଂ ପାଇଁ ନବୀନ ନାରାଜ ଥିବା ସୌମ୍ୟରଂଜନଙ୍କୁ ବାର୍ତା ଦିଆଯାଇଥିଲା  । ତେଣୁ ନୂଆଦିଲ୍ଲୀରେ ନବୀନଙ୍କୁ ସାକ୍ଷାତ କରି ଦଳ ଯାହା ଦାୟିତ୍ୱ ଦେବ ସେ ତାହାହିଁ କରିବେ  । ତାଙ୍କର କୌଣସି ସର୍ତ୍ତ ନାହିଁ ବୋଲି ସୂଚାଇଥିଲେ  । ଫଳରେ ତାଙ୍କର ବିଜେଡ଼ି ପ୍ରବେଶ ସୁଗମ ହୋଇଥିଲା  । ତେବେ ଶୁଣ।ଯ।ଉଛି ଖଣ୍ଡପଡ। ପ।ଇଁ ନିଜ ଝିଅ ନଁ। ସୁପ।ରିସ କରିଛନ୍ତି ସୌମ୍ୟରଂଜନ । ତେବେ ଆଗ।ମି ସମୟ କହିବ ସୈ।ମ୍ୟରଂଜନଙ୍କ ଗର୍ଜନ ଓଡିଶ।ର ସ୍ବ।ର୍ଥପ।ଇଁ ଥିଲ। ନ। ନିଜ ପ।ଇଁ ।
0 notes