#ଗୋବିନ୍ଦ
Explore tagged Tumblr posts
Text
Tithi in Panchang – Hindu Calendar on Tuesday, March 26 2024 – It is Krishna Paksha Pratipada tithi or the first day during the waning or dark phase of moon in Hindu calendar and Panchang in most regions. It is Krishna Paksha Pratipada tithi or the first day during the waning or dark phase of moon till 1:27 PM on March 26. Then onward it is Krishna Paksha Dwitiya tithi or the second day during the waning or dark phase of moon till 3:06 PM on March 27.
2 notes
·
View notes
Text
ll ଘୋଡ଼ ଲାଗି ବେଶ ll
ଆଜି ପ୍ରାବରଣ ଷଷ୍ଠୀ ବା ଓଢଣ ଷଷ୍ଠୀ । ଏହି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ��ାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ ।ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ। ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
ଜଗତର ନାଥ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ବିଭିନ୍ନଯାନିଯାତ୍ରା, ଉତ୍ସବ, ପାର୍ବଣ ଶ୍ରୀମନ୍ଦିରରେ ପାଳନ ହୁଏ । ଗ୍ରୀଷ୍ମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଯେଭଳି ମହାପ୍ରଭୁ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୁଏ, ସେହିଭଳି ମାର୍ଗଶୀର ମାସ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇଁ ଚତୁର୍ଦ୍ଧା ମୂର୍ତ୍ତି ଶୀତ ବସ୍ତ୍ର ତଥା ଘୋଡ଼ ଧାରଣ କରିଥାନ୍ତି।ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଏ । ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀସେବକଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି,
ରବିବାର - ନାଲି ରଙ୍ଗର ଘୋଡ଼ବସ୍ତ୍ର
ସୋମବାର - କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର
ମଙ୍ଗଳବାର - ବାର ପଟିଆ (ପଞ୍ଚ ରଙ୍ଗ ମିଶା) ଘୋଡ଼ବସ୍ତ୍ର
ବୁଧବାର - ନୀଳ ରଙ୍ଗର ଘୋଡ଼ବସ୍ତ୍ର
ଗୁରୁବାର - ହଳଦିଆ ଘୋଡ଼ବସ୍ତ୍ର
ଶୁକ୍ରବାର - ଧଳା ଘୋଡ଼ବସ୍ତ୍ର
ଶନିବାର - କଳା ଘୋଡ଼ବସ୍ତ୍ର
ସାତ ଦିନରେ ଘୋଡ଼ ରଙ୍ଗକୁ ଜ୍ୟୋତିଷ ଶାସ୍ତ୍ରଜ୍ଞମାନେ ସାତ ଗ୍ରହର ପ୍ରତୀକ ବୋଲି କହିଥାନ୍ତି ।ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ‘ ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଯାତ୍ରାଭାଗବତରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ନୟନାନନ୍ଦକର ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, – ସେମାନେ ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଗର୍ଭବାସ କଷ୍ଟ ଭୋଗନ୍ତି ନାହିଁ ।
ପାବୃତଂ ଯେ ଚ ପଶ୍ୟତି ଦେବଦେବଂ ଜନାର୍ଦ୍ଦନମ୍ ।
ନ ତେ ଗର୍ଭ ଗୃହଂ ଯାନ୍ତି ଯାବଚ୍ଚନ୍ଦ୍ର ଦିବାକରୌ ।
ତିନିଠାକୁରଙ୍କ ପାଇଁ ୧୪ହାତ ଲମ୍ବ ଓ ୩ହାତ ଓସାରର ଚାରିଖଣ୍ଡ ପାଟ ବ୍ୟବହାର କରାଯାଏ । ମହାପ୍ରଭୁଙ୍କ ଲାଗି କରାଯାଉଥିବା ଘୋଡ଼ପାଟରେ ବୁଣାଯାଉଥିବା ଶ୍ଳୋକଟି ହେଉଛି
ମାର୍ଗଶୀର୍ଷେ ଶୀତ ପକ୍ଷେ ଯା ଷଷ୍ଠି ତିଥିସଂଯୁତା,
ସା ତୁ ପ୍ରାବରଣୀ ନାମ ସର୍ବକାମ ଫଳପ୍ରଦା ।
ବିଜୟତୁ ଜଗନ୍ନାଥ ଦିବ୍ୟବସ୍ତ୍ରେଣାଳଂକୃତ,
ପ୍ରୟଚ୍ଛତୁ ସର୍ବକାମାନ୍ ସ୍ୱର୍ଗ ମୋକ୍ଷଂ ଚ ଦୁର୍ଲଭମ୍ ।
ଠାକୁରମାନଙ୍କ ଘୋଡ଼ ଲାଗି ସମୟରେ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରିଥାନ୍ତି । ଖରା ସମୟରେ ଶୀତ କମ୍ ରହୁଥିବାରୁ ସାଧାରଣତଃ ଦ୍ବିପ୍ରହର ଧୂପ ପୂଜା ସମୟରେ ଠାକୁରମାନେ ଘୋଡ଼ ବସ୍ତ୍ର ପିନ୍ଧନ୍ତି ନାହିଁ । ଏହି ଧୂପରେ ପୂଜାପଣ୍ଡାମାନେ ସିଂହାସନ ଉପରେ ବସି ପୂଜା କରିଥାନ୍ତି । ଘୋଡ଼ଲାଗି ବେଶରେ ଠାକୁରମାନଙ୍କୁ ନବାଙ୍କ ଚୂଳ ଓ ମକର ଚୂଳ ଲାଗି କରାଯାଇଥାଏ । ଏହି ବେଶ ରେ ଠାକୁରମାନେ ୨ଟି ତ୍ରିଶାଖା, ୪ଟି କୁଣ୍ଡଳ ଓ ୨ଟି ତଡ଼ଗି ଏପରି ମୋଟ ୮ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଏ ସକାଳ ଧୂପ ବଢିବା ପରେ ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉମାନଙ୍କର ମଇଲମ କରିଥାନ୍ତି। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଏବଂ ତିନି ଜଣ ପୁଷ୍ପାଳକ ସେବକ ଗରାବଡୁଙ୍କ ଠାରୁ ହତୁଆଣୀ ନେଇ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ସମସ୍ତ ଘୋଡ଼ମାନଙ୍କୁ ଘଂଟାଵ, ଛତ୍ର , କାହାଳୀ ସହ ପାଟୁଆର ରେ ମୁଖ୍ୟ ମନ୍ଦିର ର ୩ ପରିକ୍ରମା କରି ରତ୍ନସିଂହାସନ ଉପରକୁ ବିଜେ କରାଇଥାନ୍ତି।
" ତତ୍ର ତ୍ରିବାରଂ କୃତ୍ୱା ବୈ ଦେବାଗ୍ରେ ସ୍ଥାପ ୟେଚ୍ଚ ତତ୍ ।
ପୂଜକା ବୀକ୍ଷଣଂ କୁର୍ଯ୍ୟୁଃ ଦଦ୍ୟୁଃ ତଚ୍ଚ ଯଥାବିଧି।। "
ତତ୍ପରେ ପୁଷ୍ପାଳକ ମାନେ ଶ୍ରୀଜୀଉମାନଙ୍କର ପାଗ ଓ ଘୋଡ଼ ଲାଗି , ୬ ମୂର୍ତ୍ତି ଅଳଙ୍କାର ଲାଗି କରିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିବା ପରେ ଅନ୍ୟାନ୍ୟ ନୀତି ହୋଇଥାଏ। ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ଘୋଡ଼ ଲାଗି ବେଶ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅନେକ ଉତ୍କଣ୍ଠା ଦେଖାଦେଇଥାଏ ଉକ୍ତ ବେଶକୁ ଦର୍ଶନ କରି ଭକ୍ତ ଦୀନକୃଷ୍ଣ ଦାସ ନିଜ ଜଗମୋହନ ଛାନ୍ଦ ରେ ଲେଖିଲେ
ଏମନ୍ତେ ହିମ ସମୟେ ଜଗନ୍ନାଥ ଦେବରାୟେ
ଦିବ୍ୟ ଘୋଡ଼ମାନ ନିଘୋଡ଼ କରି ସେ ଶ୍ରୀଅଙ୍ଗରେ ଲାଗି ହୁଏ।।
ଶ୍ରୀ କର୍ପୂର ଗନ୍ଧାଉଛି ଶ୍ରୀଅଙ୍ଗେ ଫେଟା ଗଉଁଛି
ଶୀତ ପୀତ ନୀଳ ନୀଳ ଲୋହିତ ବସନ ଶ୍ରୀମୁଖକୁ ଥାଇ ଗଛି।।
ଅନେକ ମରୁଆ କୁନ୍ଦ କୁସୁମରେ ମାଳ ବୃନ୍ଦ
ମଣ୍ଡିହୋଇ ମହାସୁଖକୁ ଦିଅନ୍ତି ପରମାନନ୍ଦ ଗୋବିନ୍ଦ।।
ଦିନେ ଦିନେ ଦିବ୍ୟ ବେଶ ହୁଅନ୍ତି ଯେ ପୀତବାସ"
ଦାସର ଦାସ ଦାସ ହୋଇଥିବାରୁ ଦେବତାମାନଙ୍କ ଆଶ।।
ମକରାକୃତି କୁଣ୍ଡଳ ମଣ୍ଡିଥିଲେ ଗଣ୍ଡସ୍ଥଳ
ମୁଖମଣ୍ଡଳକି ଶୋଭା ଦିଶୁଥାଇ ନେତ୍ରକୁ ଦେଇ ସୁଫଳ ।।
"ଏତଦ୍ ପ୍ରାବରଣୋତ୍ସବଂ ଚ କୁରୁତେ ଯୋ ବା ମୁଦା ପଶ୍ୟତି
କ୍ଷିପ୍ରଂ ସର୍ବମନୋରଥଂ ଚ ଲଭ୍ୟତେ ପୁତ୍ରପ୍ରପୌତ୍ରୈଃ ସମମ୍ ।
ଅନ୍ତେ ବିଷ୍ଣୁପୁରଂ ବ୍ରଜେତ୍ ସ ତୁ ପୁନସ୍ତତ୍ରୈବ ଲବ୍ଧ୍ଵା ପରଂ
ଜ୍ଞାନଂ ମୋକ୍ଷମନନ୍ୟ ଲଭ୍ୟମମରୈସ୍ତଦ୍ ବାଞ୍ଛନୀୟଂ ବ୍ରଜେତ୍।।
1 note
·
View note
Text
କେନ୍ଦ୍ରାପଡା ଶୌଣ୍ଢିକ ସମାଜ ଜିଲ୍ଲାସ୍ତରୀୟ ସମାବେଶ
କେନ୍ଦ୍ରାପଡ଼ା,୧୮ା୧୧: ଚଳିତ ନଭେମ୍ବର ମାସ ୧୨ ତାରିଖ ରବିବାର ସକାଳ ୯ଘଟିକା ସମୟରେ କେନ୍ଦ୍ରାପଡା ଟାଉନସ୍ଥିତ ସୁଜାତା ପ୍ୟାଲେସ୍ କେନ୍ଦ୍ରାପଡା ବ୍ଲକ ରୋଡ୍ଠାରେ କେନ୍ଦ୍ରାପଡା ଜିଲ୍ଲା ଶୌଣ୍ଢିକ ସମାଜ ତରଫରୁ ଏକ ବିଶାଳ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭକ୍ତଚରଣ ସାହୁ ସଭା ପରିଚାଳନା କରିଥିଲେ । ରାଜ୍ୟସ୍ତରୀୟ ନେତୃବୃନ୍ଦ ଯଥା ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ, ପୃଷ୍ଟପୋଷକ ଗୋବିନ୍ଦ ଚନ୍ଦ୍ର ସାହୁ, ମୁଖ୍ୟ ପରାମର୍ଶଦାତା କୋଦଣ୍ଡଧର ଚୌଧୁରୀ,…
0 notes
Text
ଓଡ଼ିଶାର ଇତିହାସ
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ।
HERE AVAILABLE ODISHA RA ITIHASA
ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା । ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା । ସଂକ୍ଷେପରେ
ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି (ଆରବ), ବାବିଲନ (ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭା ଅନ୍ତର୍ଭୁକ୍ତ ।
ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁରରେ ରାଜଧାନୀ ସ୍ଥାପନ ।
୧୦୭୮-୧୪୩୪ ଖ୍ରୀ. - ଗଙ୍ଗବଂଶର ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
୧୦୭୮-୧୧୫୦ ଖ୍ରୀ. - ଚୋଡ଼ଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) । ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ । ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ । ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ |
୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ । ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି କଳାପାହାଡ଼ଦ୍ୱାରା ଓଡ଼ିଶା ଅଧିକୃତ ।
୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
୧୮୦୩ ଖ୍ରୀ. - ୧୪ ଅକ୍ଟୋବର: ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର (ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
୧୯୪୬ ଖ୍ରୀ. - ଓଡ଼ିଶା ସ୍ୱାୟତ ଶାସନ ସୁବିଧା ହାସଲ କଲା ।
୧୯୪୭ ଖ୍ରୀ. - ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) ।
୭ ମ ଶତାବ୍ଦୀ ୭ମ ଶତାବ୍ଦୀ କାଳରେ ଓଡ଼ିଶାର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା । ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ । ଆଫଗାନ ଓ ମୋଗଲ ଶାସନ ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ । ଯଦିଓ ୧୬ଶ ଓ ୧୭ଶ ��ତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
ଇଂରେଜ ଶାସନ ୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବଣିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ ।
ଜିଲ୍ଲା ଗଠନ ୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟାକୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।
0 notes
Text
ସତ୍ୟବାଦୀ ଗୋବିନ୍ଦ ରାଧାମୋହନ Satyabadi Gobinda Radhamohan ଓଡିଶୀ ଭକ୍ତି ସଙ୍ଗୀତ by Umakant Mishra
ସତ୍ୟବାଦୀ ଗୋବିନ୍ଦ ରାଧାମୋହନ Satyabadi Gobinda Radhamohan ଓଡିଶୀ ଭକ୍ତି ସଙ୍ଗୀତ by Umakant Mishra
ସତ୍ୟବାଦୀ ଗୋବିନ୍ଦ ରାଧାମୋହନ ଭାବ ଦୁରିତ ବାରେ କର ଦହନ Satyabadi Gobinda Radhamohan Bhava durita bare kara dahana Written by- ଦୀନକୃଷ୍ଣ ଦାସ Dina krushna Das Type- Sri Krishna Bhajan, ଓଡିଶୀ ସଙ୍ଗୀତ, ପୁରାତନ ଓଡ଼ିଆ ଭଜନ, ଶ୍ରୀ କୃଷ୍ଣ ଭଜନ ଓ ଭକ୍ତି ସଙ୍ଗୀତ Singer in the Video- Umakant Mishra Key words- ଶ୍ରୀ ଜଗନ୍ନାଥ, Jagannath Bhajan, Odia Bhajan, ଜୟ ଶ୍ରୀ କୃଷ୍ଣ, Odia Bhakti Sangita, Devotional song, Thank you for…
youtube
View On WordPress
0 notes
Photo
ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ଗ୍ଲୌଂ ଦେବକୀସୁତ ଗୋବିନ୍ଦ ବାସୁଦେବ ଜଗତ୍ପତେ ଦେହି ମେ ତନୟଂ କୃଷ୍ଣ ତ୍ୱାମହଂ ଶରଣଂ ଗତଃ॥ 💐🌹ପବିତ୍ର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀର ଶୁଭକାମନା 🪔 #Janmashtami #krishnajanmashtami https://www.instagram.com/p/ChY5H_2rKfx/?igshid=NGJjMDIxMWI=
0 notes
Photo
#ସମ୍ବଲପୁର୍ ଗର୍ଜିଲା "We Want Justice" ଆର୍ "Jai Koshal" ନାରା ଥି 🔥 ମମିତା ମେହେର୍ ବହେନ୍ ର ହତ୍ୟା ଘଟଣାର୍ ନିରପେକ୍ଷ ତଦନ୍ତ ସାଙ୍ଗେ CBI କେ ହସ୍ତାନ୍ତର୍ ଲାଗି ଆଜି "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍" ଦ୍ୱାରା ସମ୍ବଲପୁର୍ ରେ DIG(ପୁଲିସ୍ ଉପ ନିରୀକ୍ଷକ୍ ଙ୍କର୍) ଅଫିସ୍ ଘେରାଉ କରିଛେ। ଯୁବା ମଞ୍ଚ୍ ର ମହିଳା ଶାଖାର୍ ନେତୃତ୍ୱରେ DIG ଙ୍କର୍ ଅନୁପସ୍ଥିତିନେ କ୍ରାଇମ୍ ଇନ୍ସପେକ୍ଟର୍ ଶ୍ରୀମତୀ ସନ୍ଧ୍ୟାରାଣୀ ଜେନା ମେଡମ୍ ଙ୍କୁ ଦ��ବିପତ୍ର ଦିଆହେଲା। କୋଶଲାଞ୍ଚଲ୍ ର ୧୦ ଟା ଜିଲ୍ଲାନୁ WOYM ର ପ୍ରତିନିଧି ମଣ୍ଡଲ୍ ଆଉ ମହିଳା ଶାଖାର ସଦସ୍ୟମାନେ ଘଟି ଥିବାର୍ ଅମାନବୀକ ଘଟଣା ବିରୋଧ୍ ଆଉ ଗୋବିନ୍ଦ ସାହୁକେ ଫାଶୀ ଦାବି ନେ ନାରାବାଜି କରିଥିଲେ। ଇଥିର୍ ସାଙ୍ଗେ ଭିନ୍ ଭିନ୍ ଜାଗାନେ ନାରୀ ମାନ୍ କର୍ ସୁରକ୍ଷା ସାଙ୍ଗେ ହଉଥିବାର୍ ନାରୀ ନିର୍ଯ୍ୟାତନା କେ ବନ୍ଦ କର୍ ବାର୍ ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ୍ ନେବାକେ ଦାବି କରାଯାଇଥିଲା। ଇଟା ଚେତାବନୀ ଆଏ ଆଗକେ ନିଆଁ ଜଲାବାର୍ କେ ବାଧ୍ୟ ନେ କରୁ ଇ ସରକାର୍। ପରିସ୍ଥିତି ଭୟାବହ ହେବା 🔥 #JusticeForMamitaMeher #woymforpeople #WesternOdishaYuvaManch #sambalpuri (at Sambalpur) https://www.instagram.com/p/CVYjXEmBrqq/?utm_medium=tumblr
0 notes
Text
ପୋଲିସ୍ ହେପାଜତରୁ ଚମ୍ପଟ ଗୋବିନ୍ଦ ସାହୁ
ପୋଲିସ୍ ହେପାଜତରୁ ଚମ୍ପଟ ଗୋବିନ୍ଦ ସାହୁ
ପୋଲିସ୍ ହେପାଜତରୁ ଚମ୍ପଟ ଗୋବିନ୍ଦ ସାହୁ,ବଲାଙ୍ଗିର ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ I ଗତକାଲି ରାତିରୁ ଟିଟିଲାଗଡ଼ ପୋଲିସ୍ ବ୍ୟାରେକରୁ ଫେରାର୍ । Published: Satyendu Shekher Mishra Last updated: 18 October 2021, 12:34 PM IST This News has been Retrieved from the RSS feeds, We do not Claim Copyrights for it. You still have an issue please contact us…
View On WordPress
0 notes
Text
Tithi in Panchang – Hindu Calendar on Saturday, March 23 2024 – It is Shukla Paksha Trayodashi tithi or the thirteenth day during waxing or light phase of moon in Hindu calendar and Panchang in most regions. It is Shukla Paksha Trayodashi tithi or the thirteenth day during waxing or light phase of moon till 7:19 AM on March 23. Then onward it is Shukla Paksha Chaturdashi tithi or the fourteenth day during waxing or light phase of moon till 9:24 AM on March 24.
2 notes
·
View notes
Text
ଜୟ ଶ୍ରୀ ରାଧେ ଗୋବିନ୍ଦ🦚🙏
5 notes
·
View notes
Text
ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଓ ସ୍ୱର ମହ୍ଲାର ମହୋତ୍ସବ ୨୦୨୪ ପାଳିତ
କେନ୍ଦ୍ରାପଡା ୫/୯ – କେନ୍ଦ୍ରାପଡାର ପ୍ରମୁଖ ସଂଗଠନ ମୂର୍ଚ୍ଛନା ଓ ଓଡିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଗୀତ ଗୀତ ଗୋବିନ୍ଦ ସଦନ ଠାରେ ଗତ ବୁଧବାର ଦିନ ରାଜ୍ୟ ସ୍ତରୀୟ ଗୁରୁ ପୁଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାରୁ ୧୨୦ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ମାନୀତ କରା ଯାଇଥିବା ବେଳେ ଶିଶୁ ପ୍ରତିଭା ସମ୍ମାନରେ ୬୦ ଜଣ ଯୁବ ପ୍ରତିଭା ସମ୍ମାନରେ ୩୦ ଜଣ ଓ ଓଡିଶା ଗୌରବ ସମ୍ମାନରେ ୪୦ ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ ଉତ୍ସବରେ ରାଷ୍ରପତି ପୁରସ୍କାର…
0 notes
Text
ପରିଣତ ବୟସରେ ଦିବ୍ୟାଙ୍ଗ ପୁଅଙ୍କ ବୋଝ
Father taking responsibility of two Divyang Children with great challenges .His commitment to bless to say 'Hum Hein Na' for his children attracted us to know more .Click on this report from a remote village in Koraput
0 notes
Photo
ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ଗ୍ଲୌଂ ଦେବକୀସୁତ ଗୋବିନ୍ଦ ବାସୁଦେବ ଜଗତ୍ପତେ ଦେହି ମେ ତନୟଂ କୃଷ୍ଣ ତ୍ୱାମହଂ ଶରଣଂ ଗତଃ॥ Please Fellow Us - @shastradarshan #krishna #krishnaleela #krishnalove #krishnaconsciousness #jagannath #dwarkadhish #adishakti #badrinath #kedarnath #god #hindudharma #mythology #odishaclicks #odishatourism #odishagram https://www.instagram.com/p/Ce5MOtxvjM7/?igshid=NGJjMDIxMWI=
#krishna#krishnaleela#krishnalove#krishnaconsciousness#jagannath#dwarkadhish#adishakti#badrinath#kedarnath#god#hindudharma#mythology#odishaclicks#odishatourism#odishagram
0 notes
Text
ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ହାଇକୋର୍ଟରେ ମାମଲା ଦାଏର
ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ହାଇକୋର୍ଟରେ ମାମଲା ଦାଏର
ବରଗଡ଼ ପୋଲିସ୍ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାକୁ ନେଇ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଡିଜିପି, ବରଗଡ଼ ଏସ୍ପି, ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି। କଟକ: ବରଗଡ଼ ପୋଲିସ୍ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାକୁ ନେଇ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଡିଜିପି, ବରଗଡ଼ ଏସ୍ପି, ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି।…
View On WordPress
0 notes
Text
Tithi in Panchang – Hindu Calendar on Friday, March 22 2024 – It is Shukla Paksha Trayodashi tithi or the thirteenth day during waxing or light phase of moon in Hindu calendar and Panchang in most regions. It is Shukla Paksha Dwadashi tithi or the twelfth day during waxing or light phase of moon till 5:27 AM on March 22. Then onward it is Shukla Paksha Trayodashi tithi or the thirteenth day during waxing or light phase of moon till 7:19 AM on March 23.
2 notes
·
View notes
Photo
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଅନ୍ତର୍ଗତ ନରସିଂହପୁର ବ୍ଳକ ଶିକ୍ଷକ ସଂଘର ନବ ନିଯୁକ୍ତ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ର ନାଥ ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ଉକ୍ତ ସମ୍ବର୍ଧନା ସଭାରେ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବେହେରା ଯୋଗ ଦେଇଥିଲେ ।ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ସ୍ବାଇ ଶିକ୍ଷକ ମାନଙ୍କର ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ ।ତୁରନ୍ତ ସମସ୍ୟା ଗୁଡିକୁ ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ନବ ନିଯୁକ୍ତ BEOମତବ୍ୟକ୍ତ କରିଥିଲେ ।ନୂତନ ପେନସନ୍ ଯୋଜନାଭୂକ୍ତ ପ୍ରଧାନ ଶିକ୍ଷକ ସଂଘର ସଭାପତି ଅଭିମନ୍ୟୁ ଚମ୍ପତିରାୟ ଶିକ୍ଷକମାନେ ୩ଟି Arrear ପାଇନାହାନ୍ତି ଏବଂ ସମସ୍ୟା ସମାଧାନ ପାଇଁ BEO ଙ୍କୁ ଅନୁରୋଧ କରିଥିଲେ ।ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ବିଭୂତି ଭୂଷଣ ନାଏକ BEO ଙ୍କ ସହିତ ସହଯୋଗ କରି ସମସ୍ତ କାର୍ଯ୍ୟ ସୁଚାରୁରୂପେ କରିବା ପାଇଁ BEOଙ୍କୁ ଅନୁରୋଧ କରିଥିଲେ ।ଶିକ୍ଷକ ନଟବର ବେହେରା,ପ୍ରେମଲତା ସ୍ବାଇ,ମିନତି ରାଉତ ଶିକ୍ଷକ ମାନଙ୍କର ଅସୁବିଧା ଗୁଡିକୁ ଉପସ୍ଥାପନ କରିଥିଲେ ।ଉକ୍ତ ସଭାରେ ଇଶ୍ଵର ଚନ୍ଦ୍ର ସାହୁ,ସାରଙ୍ଗଧର ରାଉତ,ପ୍ରଦୀପ କୁମାର ଦାସ,ନିରଞ୍ଜନ ବେହେରା,ଭୋଳେଶ୍ଵର ଗଡ଼ନାୟକ,ସରୋଜ କୁମାର ବେହେରା,ଶଙ୍କର୍ଷଣ ବେହେରା,ନିରୁପମା ମହାପାତ୍ର,ଗୋବିନ୍ଦ ଚନ୍ଦ୍ର ରଣା,ପର୍ଶୁରାମ ବେହେରା,ଲକ୍ଷ୍ମୀଧର ବେହେରା,ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । https://www.instagram.com/p/CH7uRSnhp9Y/?igshid=htqfgp6dufdx
0 notes